ନୀତୀଶ ହେବାକୁ ଯାଉଛନ୍ତି ବିହାରର ସବୁଠୁ ଲମ୍ବା ଅବତିର ମୁଖ୍ୟମନ୍ତ୍ରୀ । ୬ଥର ମୁଖ୍ୟମନ୍ତ୍ରୀ ଏବଂ ଲଗାତାର ୩ ଥର ପୂର୍ଣ୍ଣ କାର୍ଯକଳାପ ସାରିଥିବା ନୀତୀଶ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିହ୍ନାଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ଶ୍ରୀକୃଷ୍ଣ ୧୭ ବର୍ଷ ୫୨ ଦିନ ମୁଖ୍ୟମନ୍ତ୍ରୀ ଥିଲେ । ୨୦ ବର୍ଷ ମଧ୍ୟରେ ୭ ଥର ମୁଖ୍ୟମନ୍ତ୍ରୀ ହେବା ସହ ସବୁଠାରୁ ଅଧିକ ବର୍ଷ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବେ ନୀତୀଶ । ୨୦୦୦ ମସିହା ଝୁଲା ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ବିହାରର ମଙ୍ଗ ଧରିଥିଲେ ନୀତୀଶ । ତେବେ ସଂଖ୍ୟା ଗରିଷ୍ଠତା ଅଭାବରୁ ଇସ୍ତଫା ଦେଇଥିଲେ । ୨୦୦୫ରେ ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିଥିଲା ଏନଡିଏ । ଏବଂ ନୀତୀଶ ବନିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁର ଶୋଚନୀୟ ପରାଜୟ ପରେ ନୈତିକତା ଦୃଷ୍ଟିରୁ ପଦରୁ ଓହରିଯାଇଥିଲେ । ହେଲେ ବର୍ଷକ ଭିତରେ ପୁଣି ମୁଖ୍ୟମନ୍ତ୍ରୀ ହେଲେ । ନଭେମ୍ବର ୨୦୧୫ରେ ଜେଡିୟୁ ଆରଜେଡି ଏବଂ କଂଗ୍ରେସ ମହାମେଣ୍ଟ ବିଧାନସଭା ନିର୍ବାଚନରେ ବିଜୟ ହୋଇଥିଲା । ଏବଂ ନିଷ୍ପତ୍ତି ମୁତାବକ ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିଲେ । ତେବେ ତତକାଳୀନ ଉପମୁଖ୍ୟମନ୍ତ୍ରୀ ତେଜ୍ୱସୀଙ୍କ ବିରୋଧରେ ଆର୍ଥୀକ ଅନିୟମିତତା ଅଭିଯୋଗ ଆସିବା ପରେ ଜୁଲାଇ ୨୦୧୭ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦିନକ ପରେ ବିଜେପି ସହିତ ମେଣ୍ଟ କରି ପୁଣି ନୂଆ ସରକାର ଗଢିଥିଲେ ।

LEAVE A REPLY

Please enter your comment!
Please enter your name here