ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା । ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ରୁଜୁ ହୋଇଛି ହତ୍ୟା ମାମଲା । କୋର୍ଟଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଜିଲ୍ଲାପାଳଙ୍କ ସହିତ ଆଉ ୪ ସହକର୍ମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ମାମଲାରେ ମାଲକାନଗିରି ଏସଡିଜେଏମ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୃତ୍ୟୁ ଘଟଣାକୁ ନେଇ ଦେବନାରାୟଣଙ୍କ ପରିବାର କୋର୍ଟକୁ ଯାଇଥିଲେ । ସତୀଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆଇପିିସି ଧାରା ଅନୁସାରେ, ୩୦୨, ୫୦୬, ୨୦୧, ୨୦୪, ୧୨୦ (ବି) , ୩୪ରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here