ଜାମ୍ମୁ କାଶ୍ମୀରର ନାଗ୍ରୋଟାରେ ଆତଙ୍କବାଦୀ ଆକ୍ରମଣ । ବନ୍ ଟୋଲ୍ ପ୍ଲାଜା ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପରେ ସୁରକ୍ଷା ବଳ ଏବଂ ଆତଙ୍କବଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସେନାର ପାଲଟା ଗୁଳିରେ ୪ ଆତଙ୍କୀ ନିପାତ ହୋଇ ସାରିଲେଣି ସୁରକ୍ଷା କାରଣରୁ ପୁରା ଅଞ୍ଚଳକୁ ସିଲ୍ କରି ସେନା ସର୍ଚ୍ଚ ଅପରେସନ ଚଳାଇଛି । ସେପଟେ ଜାମ୍ମୁକାଶ୍ମୀର ଶ୍ରୀନଗର ଜାତୀୟ ରାଜପଥକୁ ସିଲ୍ କରାଯାଇଛି । ଏହି ରୁଟ୍‌ରେ ସମସ୍ତ ଗାଡି ମଟର ଚଳାଚଳ ଉପରେ ରୋକ୍ ଲଗାଯାଇଛି । ନାଗ୍ରୋଟାରେ ବାନ୍ ତୋଲ୍ ପ୍ଲାଜା ନିକଟରେ ଟ୍ରାଫିକ ଚେକିଂ ସମୟରେ ଟ୍ରକରେ ଆସୁଥିବା ଆତଙ୍କବାଦୀ ସେନା ଉପରକୁ ଗୁଳିମାଡ କରିଥିଲେ । ସୂଚନାଅନୁସାରେ, ନିକଟ ଜଙ୍ଗଲରେ ୩ ଜଣ ଆତଙ୍କବାଦୀ ଛପି ରହିଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ପୁରା ଅଞ୍ଚଳକୁ ସିଲ୍ କରି ସେନା ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here