ବିଜେଡିରୁ ବିତାଡିତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ସରକାରଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ I ତାଙ୍କ ବିରୋଧରେ କୌଣସି ଏତଲା କି ଅଭିଯୋଗ ନ ଥିବା ବେଳେ ଷ୍ଟେଟଫୋର୍ସ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫିନିସ୍ କରିବାକୁ ଯୋଜନା କରୁଛି ବୋଲି ସେ କହିଛନ୍ତି I ତାଙ୍କ ସମର୍ଥକଙ୍କ ଉପରେ ପୋଲିସ ଥାର୍ଡ ଡିଗ୍ରୀ ପ୍ରୟୋଗ କରୁଛି ଏବଂ ତାଙ୍କ ବିରୋଧରେ ଏତଲା ଦେବାକୁ ବାଧ୍ୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି I ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଟୋଲିଫୋନ କରିଥିଲେ ମଧ୍ୟ କଥାବାର୍ତ୍ତା ହେବାକୁ ଦିଆଯାଇନଥିଲା I ତେବେ ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନସଚିବ. ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି I ଅନ୍ୟପକ୍ଷରେ ପ୍ରଦୀପ ପାଣିଗ୍ରାହୀ ଜଣେ ଦୁର୍ନୀତିଗ୍ରସ୍ତ ନେତା ଏବଂ କୋଭିଡ ସମୟରେ ସେ ଚାର୍ଚରରେ ବୁଲୁଥିଲେ, ଭାବି ଜ୍ବାଇଁଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରୀ ଦେବାକୁ କହି ବେକାର ଯୁବକଙ୍କୁ ଠକିଥିଲେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି I ଆଜି ଦଳ ପକ୍ଷରୁ ଲେନିନ ମହାନ୍ତି କହିଛନ୍ତି, ପ୍ରଦୀପଙ୍କ ନାଁରେ ଜମି ଦୁର୍ନୀତି ଅଭିଯୋଗ ମଧ୍ୟ ରହିଛି I

LEAVE A REPLY

Please enter your comment!
Please enter your name here