ସରକାର ହାତ ଟେକିଦେଲେ I ଘରୋଇ ସ୍କୁଲ ଫି ଉପରେ ସରକାରଙ୍କ କିଛି ନିୟନ୍ତ୍ରଣ ନାହିଁ I ଅର୍ଥାତ ଘରୋଇ ସ୍କୁଲଗୁଡିକ ମନଇଚ୍ଛା ଫି ଆଦାୟ କରିପାରିବେ I ଗତ ଦଶମାସ ହେଲାଣି କୋଭିଡ କଟକଣା ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ କେତେକ ସ୍କୁଲରେ ଆନଲାଇନ କ୍ଲାସ ହେଉଛି I ତେବେ ସ୍କୁଲ ବନ୍ଦ ରହିଥିବା ସମୟରେ ଏବଂ କୋଭିଡ ଯ଼ୋଗୁ ଲୋକେ ଆର୍ଥିକ ଦୁଃସ୍ଥିତି ଭିତରେ ଥିବା ବେଳେ ଅଭିଭାବକ ସଂଘ ସ୍କୁଲ ଫି ଛାଡ ପାଇଁ ଦାବି କରି ଆସୁଛି I ଏ ସଂକ୍ରାନ୍ତୀୟ ମାମଲା ହାଇକୋର୍ଟଙ୍କ ବିଚାରାଧୀନ ଥିବାବେଳେ ଆଜି ରାଜ୍ୟ ସରକାର ନିଜର ପକ୍ଷ ରଖି ଘରୋଇ ସ୍କୁଲ ଫି ଉପରେ ସରକାରଙ୍କ କିଛି ନିୟନ୍ତ୍ରଣ ନାହିଁ ବୋଲି କହିଛନ୍ତି I ପଞ୍ଜାବ ଓ ହରିୟାଣା ଭଳି କେତେକ ରାଜ୍ୟ ସରକାର ଘରୋଇ ସ୍କୁଲ ଫି ନିୟନ୍ତ୍ରଣ ପାଇଁ ଆଇନଗତ ବ୍ୟବସ୍ଥା ରଖିଥିଲେ ହେଁ ଓଡିଶା ସରକାରଙ୍କର ସେଭଳି କୌଣସି ନୀତି ନାହିଁ ବୋଲି ରାଜ୍ୟ ସରକାର ଆଜି ସତ୍ୟପାଠରେ ଦର୍ଶାଇଛନ୍ତି I ଆସନ୍ତା ସୋମବାର ଦିନ ଏହାର ପରବର୍ତ୍ତୀ ଶୁଣାଣୀ ହେବ I

LEAVE A REPLY

Please enter your comment!
Please enter your name here