ମାର୍ଚ୍ଚ ପହିଲାରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି I ପ୍ରଥମ ଓ ଆଜି ଦ୍ୱିତୀୟ ଦିନରେ ଜୋରଦାର ଚେକିଂ ଚାଲିଛି I ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ରାଶି ମଧ୍ୟ ଆଦାୟ ହୋଇସାରିଲାଣି I ବିଗତ 24ଘଣ୍ଚା ଭିତରେ 1କୋଟି 6ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି I ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା 3ହଜାର 870ଜଣଙ୍କର ଚାଲାଣ କଟାଯାଇଛି I ଏମାନଙ୍କ ମଧ୍ୟରୁ ଗୋଟେ ବାଇକରେ 3ଜଣ ବସି ଯାଉଥିବାରୁ 126ଜଣଙ୍କର, ଗାଡି ଚଳାଉଥିବା ସମୟରେ ମୋବାଇଲରେ କଥା ହେଉଥିବାରୁ 48ଜଣଙ୍କର, ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ 1831 ଜଣଙ୍କର, ଦ୍ରୁତ ଗାଡିଚାଳନା ପାଇଁ 277 ଜଣଙ୍କର, ମଦ ପିଇ ଗାଡି ଚଳାଉଥିବା ବେଳେ 24 ଜଣଙ୍କର, ବିନା ସିଟ ବେଲ୍ଟରେ ଗାଡି ଚଳାଉଥିବା ବେଳେ349 ଜଣଙ୍କର ଜରିମାନା ଆଦାୟ ହୋଇଛି I ଆରଟିଓ 17ଶହ 58ଜଣଙ୍କ ଠାରୁ 88ଲକ୍ଷ ଆଦାୟ କରିଥିବାବେଳେ ପୁଲିସ 21ଶହ 12ଜଣଙ୍କ ଠାରୁ 18 ଲକ୍ଷ ଟଙ୍କା ଆଦାୟ କରିଥିବା ଜଣାପଡିଛି I ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର 2ଟି ବସକୁ ପରିବହନ ବିଭାଗ ସିଜ କରିଛି I ଉଭୟ ଗାଡିକୁ 25ହଜାର5ଶହ ଲେଖାଏଁ ଜରିମାନା କରାଯାଇଛି I ବୈଧ ରେଜିଷ୍ଟ୍ରେସନ ଓ ଫିଟନେସ ସାର୍ଟିଫିକେଟ ନ ଥିବାରୁ ଗାଡିକୁ ଫାଇନ କରାଯାଇଛି I ସମ୍ବଲପୁରରେ ଗୋଟିଏ ସ୍କୁଟିକୁ 43 ହଜାର ଫାଇନ ହୋଇଛି I ନାବାଳକ ଗାଡି ଚଳାଉଥିବା, ଡ୍ରାଇଭିଙ୍ଗ ଲାଇସେନ୍ସ ନ ଥିବା, ଗାଡି ଇନସୁରାନ୍ସ ନ ଥିବା, ହେଲମେଟ ପିନ୍ଧି ନ ଥିବାରୁ ଏବଂ ପ୍ରଦୂଷଣ ପାଇଁ ଚାଲାଣ କଟିଥିବା ଜଣାପଡିଛି I ଆହୁରି ମଧ୍ୟ ସମ୍ବଲପୁରରେ ଜଣେ ପୁଲିସ କନେଷ୍ଟବଳ ମଦ୍ୟପାନ କରି ଗାଡି ଚଳାଉଥିବାରୁ ଧରାପଡିଛନ୍ତି I ମଦପିଇ ଗାଡି ଚଳାଉଥିବା ଲୋକଙ୍କ ବିରୋଧରେ ପୁଲିସ ସିଧାସଳଖ ମାମଲା ରୁଜୁ କରିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ସୂଚନା ଦେଇଛନ୍ତି I

LEAVE A REPLY

Please enter your comment!
Please enter your name here