ନାତିକୁ ପୋରୁହାଁ କରିବା ପାଇଁ ପିଠାମିଠା, ନୂଆଲୁଗା ଧରି ଝିଅ ଘରକୁ ଯାଇଥିଲେ ବାପା । ମାତ୍ର ଏମିତି ଅଘଟଣ ଘଟିବ ବୋଲି ଜାଣି ନଥିଲେ ରମେଶ ସିଂ । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା କ୍ଷୀରିପଦା ଗାଁରୁ ରମେଶ ପ୍ରଥମାଷ୍ଟମୀ ଭାର ଧରି ପହଞ୍ଚିଥିଲେ ଖୁଣ୍ଟାପୁର ଗାଁରେ । ମାତ୍ର ଆତିଥ୍ୟ ବଦଳରେ ଧାରୁଆ ଦାରେ ଶଶୁରଙ୍କ ବେକ କାଟିଦେଇଥିଲେ ଜ୍ବାଇଁ ରାଜୁ ସିଂ । ଭାଇ ଲବ ସିଂ ସହ ମିଶି ଶଶୁର ରମେଶ ସିଂଙ୍କ ବେକ କାଟିଦେଇଥିବା ଅଭିଯୋଗ ହୋଇଛି । କିଛିଦିନ ଧରି ଝିଅ ଓ ଜ୍ବାଇଁଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ଝିଅ ଶ୍ବଶୁର ଘର ଛାଡି ବାପ ଘରେ ଆସି ରହୁଛି । ତେବେ ପାରିବାରିକ ଗଣ୍ଡଗୋଳ ଆଜି ଭୟଙ୍କର ରୂପ ଧାରଣ କରିଥିଲା । ହତ୍ୟାକାଣ୍ଡ ପରେ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ବାରିପଦା ମେଡିକାଲକୁ ପଠାଇଛି । ତେବେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଦୁଇଭାଇ ଫେରାର ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here