ଆଜି ପ୍ରଥମାଷ୍ଟମି । ଓଡିଆ ଘରର ବଡ ପୁଅ ଓ ଝିଅଙ୍କ ପାଇଁ ଘରେ ଘରେ ଚାଲିଛି ପୂଜାର୍ଚ୍ଚନା । ଏଥିପାଇଁ ବେଶ୍ ଚଳଚଞ୍ଚଳ ଗାଁଠୁ ସହର । ଘରଦ୍ୱାର ଲିପାପୋଛା ସାଙ୍ଗକୁ ଚିତା ପକାଇ ବଡମାନଙ୍କ ଦୀର୍ଘ ଜୀବନ ପାଇଁ ଠାକୁରଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା । ଘରର ବଡ ପୁଅ, ଝିଅ ନୂଆ ବସ୍ତ୍ର ପିନ୍ଧିବା ପରେ ଚନ୍ଦନ ସିନ୍ଦୁରରେ ସଜାଯାଇ ଦୁବ ବରକୋଳି ପତ୍ରରେ ବନ୍ଦାପନା କରିଥାନ୍ତି ଗୁରୂଜନ । ଏହାପରେ ବିଭିନ୍ନ ରକମର ମିଠା, ପିଠା ଆସରରେ ପୂଜା ପାଆନ୍ତି ବଡ ସନ୍ତାନସନ୍ତତି । ମାର୍ଗଶରୀରର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିଦିନ ରାଜ୍ୟରେ ପ୍ରଥମାଷ୍ଟମୀ ପାଳନ କରାଯାଏ । ସେହିପରି ଶ୍ରୀମନ୍ଦିରରେ ବି ଆଜି ପ୍ରଥମାଷ୍ଟମୀ ପାଳନ ହେବ । ମହାପ୍ରଭୁଙ୍କ ମହାସ୍ନାନ ପରେ ନୂଆ ଲୁଗା ଲାଗି ହୋଇଥାଏ । ଚଳିବର୍ଷ ମହାପ୍ରଭୁ ଶ୍ରୀଗଜନ୍ନାଥଙ୍କ ମାମୁଁଘର କୁହାଯାଉଥିବା ନିଆଳିର ମାଧବାନନ୍ଦ ମନ୍ଦିରରୁ ପୁରୀରେ ପହଁଞ୍ଚିସାରିଛି ପୋଢୁଆଁ ଭାର ।

LEAVE A REPLY

Please enter your comment!
Please enter your name here