ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ୬ମାସ ପରେ କରୋନା ମୃତ୍ୟୁରେ ଲାଗିଛି ବ୍ରେକ୍ । କରୋନାରେ ଗତକାଲି କୌଣସି ମୃତ୍ୟୁ ହୋଇନଥିବା ଟୁଇଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିପାଇଁ ସମସ୍ତ କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରିଛି ସ୍ୱାସ୍ଥ୍ୟବିଭାଗ । ସେହିପରି ଗତକାଲି ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୩୧ ଜଣ କରୋନା ପଜିଟିଭ୍ । ସଙ୍ଗରୋଧ କେନ୍ଦ୍ରରୁ ୧୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୯୮ ଜଣ ଅଛନ୍ତି ଲୋକାଲ କେସ୍ । ସୁନ୍ଦରଗଡରୁ ସର୍ବାଧିକ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବରଗଡରୁ ୨୫ , ଅନୁଗୁଳରୁ ୨୧, ଝାରସୁଗୁଡାରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ ୧୪, ଯାଜପୁରରୁ ୧୨, ଖୋର୍ଦ୍ଧା, କଟକ ଏବଂ ବଲାଙ୍ଗିରରୁ ୧୧ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୯୨୧କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟ ୩ ଲକ୍ଷ ୨୬ ହଜାର ୭୭୮ ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ୍ ରହିଛି ୨୨୦୩ ।

LEAVE A REPLY

Please enter your comment!
Please enter your name here