ଗୁଜୁରାଟ ସୁରାଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ମାଡିଯିବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଘଟଣାସ୍ଥଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସୁରାଟର ଜିଲ୍ଲା କୋଶାମ୍ବାରେ ଘଟିଛି ଏହି ଅଘଟଣ । ଫୁଟପାଥରେ ଶୋଇଥିବାବେଳେ ମାଡି ଯାଇଥିଲା ଏକ ଆଖୁ ବୋଝେଇ ଟ୍ରକ । ସୁରାଟର କିମ୍‌-ମାଣ୍ଡବ ରୋଡ୍‌ରେ ଥିବା ଫୁଟପାଥରେ ଲୋକ ଶୋଇଥିବାବେଳେ ଟ୍ରକଟି ମାଡି ଯାଇଥିଲା । ଅନ୍ୟ କିଛି ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ରାସ୍ତା ଉପରେ ପ୍ରାୟ ୧୮ ଜଣ ଲୋକ ଶୋଇଥିଲେ ଏବଂ ସେମାନଙ୍କ ଭିତରେ ଏକ ୬ ବର୍ଷର ଶିଶୁ ମଧ୍ୟ ଥିଲା । । ସମସ୍ତ ମୃତକ ରାଜସ୍ତାନର । ଏବଂ ସେମାନେ ଦିନ ମଜୁରିଆ ଭାବରେ କାମ କରୁଥିଲେ । ରାତିରେ ଶୋଇଥିବାବେଳେ ଆଖୁ ବୋଝେଇ ଟ୍ରକଟି ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ମାଡି ଯାଇଥିଲା । ସେପଟେ ଦୁର୍ଘଟଣାରେ ୧୫ ଜଣଙ୍କ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ରିଲିଫ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟ୍‌ତା ପ୍ରଦାନ କରିବାକୁ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here