ଗୁଳିମାଡରେ ଟଳିପଡିଲେ ବ୍ଲକ ଅଧ୍ୟକ୍ଷ । ଗୁଳିମାଡରେ ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କର ଘଟଣାରସ୍ଥଳରେ ମୃତ୍ୟୁ ହୋଇଛି । ସୁମଣ୍ଡଳ ଛକରେ ତିନିଜଣ ଦୁର୍ବୃତ୍ତ ଗୁଳିମାଡ କରିଥିବା ସୂଚନା ମିଳିଛି । ଏକ ବାଇକରେ ୩ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ବ୍ରହ୍ମପୁର ଏସପି ବ୍ରିଜେଶ ରାୟ ଏହି ସୂଚନା ଦେଇଛନ୍ତି । ତେବେ କିଏ ଏବଂ କେଉଁ କାରଣ ପାଇଁ ଏହି ଗୁଳିମାଡ କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ଅନୁମାନ କରାଯାଉଛି ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here