ରାଷ୍ଟ୍ରପତି ନିର୍ବାଚନକୁ ନେଇ କଂଗ୍ରେସରେ ଫାଟ । ବିଧାନସଭାରେ ଦଳର ୯ ଜଣ ବିଧାୟକ ଥିବାବେଳେ ଦଳର ନିର୍ଦ୍ଦେଶ ଭାଙ୍ଗି କଟକ ବାରବାଟୀର ବିଧାୟକ ମହମ୍ମଦ ମୋକିମ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଦ୍ରୌପଦୀଙ୍କୁ ଭୋଟ ଦେବା ପରେ ସେ କହିଛନ୍ତି ଯେ, ମାଟିର ଝିଅକୁ ଭୋଟ ଦେଲି । ଜଣେ ଓଡିଆ ହିସାବରେ ମୋର ଏ ନିଷ୍ପତ୍ତି । ମୋ ବିବେକ ଅନୁସାରେ ମୁଁ ଜଣେ ଓଡିଆ ଝିଅଙ୍କୁ ଭୋଟ ଦେଲି । ତାଙ୍କ ବିଜୟରେ ମୋ ଭୋଟ ଖଣ୍ଡିକ ମିଶିଲେ ମୁଁ ଗର୍ବିତ ହେବି । ରାଷ୍ଟ୍ରପତି ନିର୍ବାଚନରେ ହୁଇପ ନଥାଏ, ବିବେକ ଅନୁସାରେ ଭୋଟ ଦେଲି ।
ଅନ୍ୟପଟେ ବିଧାୟକ ମୋକିମଙ୍କ କ୍ରସ ଭୋଟିଂ ପରେ କଂଗ୍ରେସରେ କମ୍ପନ । ଅନେକ ବିଧାୟକ ନିଜ ନିଜର ମତ ରଖିଛନ୍ତି । ମୋକିମଙ୍କ ଭୋଟ ସମ୍ପର୍କରେ ହାଇକମାଣ୍ଡଙ୍କୁ ଅବଗତ କରାଇଲୁ । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ କାର୍ଯ୍ୟକାରୀ କରାଯିବ । ଦଳ ଯାହା ବିଚାର କରି ନିଷ୍ପତ୍ତି ନେବ ବୋଲି କହିଛନ୍ତି ନରସିଂହ ମିଶ୍ର । ସେହିପରି ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା ।

LEAVE A REPLY

Please enter your comment!
Please enter your name here