ଜନ୍ମ ମାଟିରେ ଗାଁର ଗୌରବ ଚଣ୍ଡି ପ୍ରସାଦ ପହଁଞ୍ଚିବା ପରେ ପ୍ରଥମେ ମନେପକାଇଥିଲେ ନିଜ ମାକୁ । ଯଦି ଆଜି ମୁଁ ଆର୍ମିରେ ଯୋଗ ଦେଇଛି କେବଳ ବାପା ମା’ଙ୍କ ଆର୍ଶୀବାଦରୁ । ଆଜି ନିଜ ଗାଁକୁ ଆସି ମୁଁ ବହୁତ ଖୁସି । ସୋମବାର ଓଡିଶା ମାଟିରେ ପାଦ ଦେଉଦେଉ ମିଳିଥିଲା ଖୁସି ଖବର । ସେନାର ଉପମୁଖ୍ୟ ଭାବେ ପଦୋନ୍ନତି ମିଳିଥିଲା । ଏହି ଖବର ପାଇବା ପରେ ବେଶ୍ ଆନନ୍ଦିତ ହୋଇଥିଲେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ନୂଆ ଦାୟିତ୍ୱ ନେବା ପରେ ପ୍ରଥମେ ଭୁବନେଶ୍ୱର ସୈନିକ ସ୍କୁଲ ପରିଦର୍ଶନ କରିଥିଲେ ଏବଂ ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏବଂ ଆଜି ବଡି ଭୋରରୁ ନିଜ ଜନ୍ମମାଟି ଜଗତସିଂହପୁର ଜୟବଡରେ ପହଁଞ୍ଚି ମା ଶାରଳାଙ୍କର ଆର୍ଶୀବାଦ ନେଇଥିଲେ । ପରିବାର ଓ ପ୍ରିୟ ପରିଜନଙ୍କୁ ଭେଟି ଖୁସି ବାଣ୍ଟିଥିଲେ ଚଣ୍ଡିପ୍ରସାଦ । ଜଗତସିଂହପୁର ମାଟିର ଗର୍ବିତ ପୁଅକୁ ଶୁଭେଚ୍ଛା ଜଣାଇବାକୁ ଲାଗିଥିଲା ଭିଡ । ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟପଟେ ସେନାର ଉପମୁଖ୍ୟ ଚଣ୍ଡି ପ୍ରସାଦଙ୍କୁ ପାଖରେ ପାଇ ଆତ୍ମ ବିଭୋର ହୋଇଯାଇଥିଲେ ପରିବାର ଲୋକେ । ପ୍ରଥମ ଓଡିଆ ଅଫିସର ଭାବେ ସେନାର ଉପମୁଖ୍ୟ ଦାୟିତ୍ୱ ତୁଲାଇବା ଆମ ପାଇଁ ଗର୍ବର କଥା ବୋଲି ତାଙ୍କ ଭାଇ କହିଥିଲେ ।

LEAVE A REPLY

Please enter your comment!
Please enter your name here