କୋଟିଆ ଗ୍ରାମପୁଞ୍ଜର ତିନି ଗାଁକୁ ନିଜ ରାଜ୍ୟରେ ମିଶାଇ ଦେଲା ଆନ୍ଧ୍ରପ୍ରଦେଶ । ଗାଁର ନାଁ ବଦଳାଇ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କଲା । ନିର୍ବାଚନ ପ୍ରକ୍ରିୟାରେ ଗାଁ ଲୋକେ ବି ସାମିଲ ହୋଇଛନ୍ତି । କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ତିନି ଗାଁ ତଳଗଞ୍ଜେଇପଦର, ପଟୁସିନେରି ଓ ଫଗୁଣସିନେରି ଗାଁର ନାଁ ବଦଳେଇ ପଞ୍ଚାୟତ ନିର୍ବାଚନରେ ସାମିଲ କରିଛି । ଓଡିଶା ସରକାରଙ୍କ ଉଦାସୀନତା ଯୋଗୁ ଆନ୍ଧ୍ର ସରକାର ତିନୋଟି ଗାଁକୁ ସାମିଲ କରିନେବା ପରେ ଓଡିଶା ସରକାରଙ୍କ ଦୁର୍ବଳତା ସ୍ପଷ୍ଟ ହୋଇଯାଇଛି । ଦୀର୍ଘବର୍ଷ ଧରି ଆନ୍ଧ୍ର ଓ ଓଡିଶା ମଧ୍ୟରେ ସୀମା ବିବାଦ ଲାଗି ରହିଥିଲେ ହେଁ କୋଟିଆ ପଞ୍ଚାୟତର ଗାଁଗୁଡିକ ଓଡିଶା ଭିତରେ ରହିଥିଲା । ମାତ୍ର ସୀମାନ୍ତ ଗାଁରେ ବିକାଶ ପ୍ରତି ରାଜ୍ୟ ସରକାର ଧ୍ୟାନ ନ ଦେବାରୁ ଆନ୍ଧ୍ରପ୍ରଦେଶ ସରକାର ସେଠାରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରିବା ସହ ତିନୋଟି ଗାଁ ନିଜ ରାଜ୍ୟରେ ସାମିଲ କରିବାରେ ସଫଳ ହୋଇଛି । ସୀମାନ୍ତ ଗାଁ ଲୋକଙ୍କ ପାଖରେ ଉଭୟ ଆନ୍ଧ୍ର ଓ ଓଡିଶା ସରକାରଙ୍କ ପରିଚୟପତ୍ର ରହିଛି ।

LEAVE A REPLY

Please enter your comment!
Please enter your name here