ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ । ବଢୁଥିବା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ପୁନର୍ବିଚାର କରାଯାଉଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ହେଉଥିଲା । ଦେଶରେ ଦ୍ରୁତ ବେଗରେ କରୋନା ସଂକ୍ରମଣ ମାଡିଚାଲିଛି । ଏହାରି ଭିତରେ ପୁଣି ଦେଢ ଲକ୍ଷ ଟପିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୧୪ ହଜାର ନୂଆ ମାମଲା ଚିହ୍ନଟ ପରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୫ କୁ ଛୁଇଁଛି । ୧୭ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୫ ହଜାର ୮୫୦, ସେମାନଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୧କୋଟି ୬ ଲକ୍ଷ ୯୯ ହଜାର ୪୧୦ । କରୋନା ବର୍ତମାନ ସୁଦ୍ଧା ଦେଶର ୧ ଲକ୍ଷ ୫୬ ହଜାର ୩୮୫ ଜଣଙ୍କ ମୁଣ୍ଡ ନେଲାଣି । ଗତ ୫ଦିନ ଧରି ଯେତିକି ସୁସ୍ଥ ହେଉଛନ୍ତି, ତା’ଠାରୁ ଅଧିକ ଲୋକ କରୋନାରେ ସଂକ୍ରମଣ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here