ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଯୁବ ଛାତ୍ର ସଙ୍ଗଠନ ୯ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଭଞ୍ଜ ସେନା ସଙ୍ଗଠନ । ପୂର୍ବରୁ ୧୨ ଘଣ୍ଟା ବନ୍ଦ ଡାକରା ଦେଇଥିବାବେଳେ ଶିବରାତ୍ରୀକୁ ଦୃଷ୍ଟିରେ ରଖି ବନ୍ଦକୁ ୯ ଘଣ୍ଟିଆ କରିବାକୁ ନିଷ୍ପତ୍ତି ନେଇଛି ଭଞ୍ଜସେନା ସଙ୍ଗଠନ । ବନ୍ଦ ପ୍ରଭାବରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଭଞ୍ଜସେନା । ଦୋକାନ , ବଜାର ମଧ୍ୟ ବନ୍ଦ ରହିଛି । ଶିମିଳିପାଳ ଅଭୟାରଣ୍ୟରେ ଦୀର୍ଘ ଦୁଇ ସପ୍ତାହରୁ ଅଧିକ ସମୟ ଧରି ନିଆଁ ଲାଗିଥିବାବେଳେ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନିତୀ ଯୋଗୁଁ ଅଭୟାରଣ୍ୟ ଅବକ୍ଷୟ ଆଡକୁ ଗତି କରୁଥିବା ଅଭିଯୋଗ କରିଛି ସଙ୍ଗଠନ । ତୁରନ୍ତ ଅଭୟାରଣ୍ୟରେ ହେଲିକ୍ୟାପ୍ଟର ଯୋଗେ ପାଣି ପକାଇ ନିଆଁ ଲିଭାଇବାକୁ ଦାବି ହୋଇଛି । ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି। ଜୈବ ମଣ୍ଡଳର ସୁରକ୍ଷା ପାଇଁ କେହି ଚିନ୍ତା କରୁନଥିବା ଉଭୟ ଭଞ୍ଜ ସେନା ଓ କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here