କେରଳର ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚାରିଆଡୁ ସାହାଯ୍ୟର ସୁଅ ଛୁଟୁଥିବାବେଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏଥିପାଇଁ କେରଳକୁ ସାହାଯ୍ୟର ହାତ ବଢାଇଛନ୍ତି. କେରଳର ଏଭଳି ପରିସ୍ଥିତି ଦେଖି ସେ ବହୁତ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କେରଳର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 10 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି. ସେ କହିଛନ୍ତି ସାରାଦେଶ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛି ଓ ସେମାନଙ୍କୁ ସହଯୋଗ କରିବା ପାଇଁ ଚାହୁଁଛି. ଆମେ ସେମାନଙ୍କ କଷ୍ଟକୁ ଅନୁଭବ କରିପାରୁଛୁ ଏବଂ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ ସେମାନେ ବହୁତ ଜଲଦି ନିଜର ପୂର୍ବ ସ୍ଥିତି ଫେରିପାଆନ୍ତୁ.

LEAVE A REPLY

Please enter your comment!
Please enter your name here