କରୋନା କବଳରେ ଅଭିନେତା ସୋନୁ ସୁଦ୍ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବାନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଏବେ ହୋମ କ୍ୱାରେଣ୍ଟିନ୍‌ରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କରୋନା ଟେଷ୍ଟ କରାଇବାକୁ ସେ ନିବେଦନ କରିଛନ୍ତି । ତେବେ କରୋନାରେ ଆକ୍ରାନ୍ତ ହେଲେ ବି ଏହି ସମୟରେ ଲୋକଙ୍କ ପାଇଁ କାମ କରିବେ ସୋନୁ । ଲକଡାଉନ ବେଳେ ପ୍ରବାସୀ ଶ୍ରମିକ ଏବଂ ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଘରକୁ ପଠାଇ ସାରା ଦେଶରେ ରିଅଲ ହିରୋ ସାଜିଥିଲେ ସୋନୁ । ଏପରିକି ଶ୍ରମିକ , ଅନାଥ ପିଲାଙ୍କୁ ପାଠ ପଢାଇବା କାମ ସେ ଏବେ ମଧ୍ୟ ଜାରି ରଖିଛନ୍ତି । ଏବେ ସବୁଆଡୁ ଛୁଟୁଛି ଆଶ୍ରୁ ଆରୋଗ୍ୟ କାମନାର ସୁଅ ।

LEAVE A REPLY

Please enter your comment!
Please enter your name here