ଆସନ୍ତା ସେପ୍ଟମ୍ବରରେ ଆସିପାରେ କରୋନାର ତୃତୀୟ ଲହର । ଏଭଳି ପୂର୍ବାନୁମାନ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କରିଛନ୍ତି । ପ୍ରଥମ ଲହରରେ ବୟସ୍କ ଏବଂ ଦ୍ୱିତୀୟ ଲହରରେ ଯୁବଗୋଷ୍ଠୀ ଅଧିକ ଆକ୍ରାନ୍ତ ହେଉଛନ୍ତି । ତେବେ ତୃତୀୟ ଲହରରେ ଖାସ୍ କରି ଶିଶୁମାନେ ଅଧିକ ସଂଖ୍ୟାରେ ସଙ୍କ୍ରମିତ ହେବା ଆଶଙ୍କା କରାଯାଉଛି । ୧୮ ବର୍ଷରୁ କମ ବର୍ଗଙ୍କ ଟିକାକରଣ ଜରୁରୀ ବୋଲି ମତ ପ୍ରକାଶ ପାଇଛି । ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ଏବଂ କରୋନାର ଅପଡେଟ୍ ଉପରେ ସୁପ୍ରିମକୋର୍ଟ ମତ ପ୍ରକାଶ କରିଛନ୍ତି । କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ତୃତୀୟ ଲହର ଆସିବା ଆଗରୁ ଆମକୁ କଣ କରିବାକୁ ପଡିବ । ଏବେ ହିଁ ଜାଣିବା ଜରୁରୀ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି । ଏବେ ବି ଦେଢ ଲକ୍ଷ ଡାକ୍ତର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ପାଖାପାଖି ଅଢେଇ ଲକ୍ଷ ନର୍ସ ଘରେ ବସିଛନ୍ତି । ଏମାନେ ତୃତୀୟ ଲହରର ଭିତ୍ତଭୂମିକୁ ମଜବୁତ୍ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ସୁପ୍ରିମ କୋର୍ଟର ତୃତୀୟ ଲହରର ଟିପ୍ପଣୀ ସେତେବେଳେ ଆସିବ ଯେତେବେଳେ ଦେଶ ଦ୍ୱିତୀୟ ଲହରକୁ ସାମ୍ନା କରିସାରିବ । ତୃତୀୟ ଲହର ନିଶ୍ଚିତ ଆସିବ କିନ୍ତୁ କେବେ ଆସିବ ଏବେ କହି ହେବନାହିଁ ।