‘ଦିଦି .. ଓଓଓଓଓ ଦିଦି.. ‘ ନିର୍ବାଚନ ପ୍ରଚାର ବେଳେ ଏମିତି ଲହରେଇକି ମମତା ବାନାର୍ଜୀଙ୍କୁ ଦିଦି ବୋଲି ସମ୍ବୋଧନ କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ନିର୍ବାଚନ ସରିବା ପରେ ଜଳୁଛି ପଶ୍ଚିମବଙ୍ଗ । ମମତାଙ୍କ ଟିଏମସି ଏବଂ ମୋଦିଙ୍କ ବିଜେପି ଭିତରେ ଆରମ୍ଭ ହୋଇଯାଇଛି ନିର୍ବାଚନ ସଂଘର୍ଷ । ଦୁଇଜଳର କର୍ମୀଙ୍କ ସଂଘର୍ଷର ପରିଣାମ ହେଉଛି, ଚଉଦ ଜଣ ନିରୀହ ଲୋକଙ୍କର ପ୍ରାଣ ଯାଇଛି । ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି । ଏଭଳି ସ୍ଥିତିରେ ହିଂସାକାଣ୍ଡ ପାଇଁ ମମତା ବିଜେପିକୁ ଦାୟୀ କରୁଥିବା ବେଳେ ବିଜେପି ନେତାମାନେ ଟିଏମସିକୁ ଦାୟୀ କରିଛନ୍ତି । ପଶ୍ଚିମବଙ୍ଗର ବିଭିନନ୍ ସ୍ଥାନରେ ହିଂସାକାଣ୍ଡ ଜାରି ରହିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଭି. ମୂରଲୀଧରନଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି । ପଶ୍ଚିମ ମେଦିନୀପୁର ଅଞ୍ଚଳରେ ଲୋକେ ଗୋଡେଇ ଗୋଡେଇ ଗାଡିକୁ ଭଙ୍ଗାରୁଜା କରିଥିବା ଦେଖାଯାଇଛି । କୌଣସି ପରିସ୍ଥିତିରେ ହିଂସାକାଣ୍ଡ ନ ନକରିବାକୁ ମମତା ନିବେଦନ କରିଛନ୍ତି । ମମତା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆଇଏଏସ ଓ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି । ନିର୍ବାଚନ ଘୋଷଣା ପରେ ନିର୍ବାଚନ କମିଶନ ଡିଜିଙ୍କ ବଦଳାଇଥିବା ବେଳେ ମମତା ପୁଣିଥରେ ଏବେ ଡିଜି ବଦଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here