ରାଜଧାନୀରେ ଶିଶୁ ବିକ୍ରୀ ଅଭିଯୋଗରେ ଜଣେ ଗିରଫ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାଙ୍କୁ ଗିରଫ କରିଛି ପୋଲିସ । ନୟାଗଡରୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ତେବେ ୫୦ ହଜାର ଟଙ୍କାରେ ବିକ୍ରୀ କରିଥିବା ବାପା ଫେରାର ରହିଛି । ପୋଲିଓ ଟିକା ଦେବାକୁ ନେଇ ଦୁଇବର୍ଷ ତଳେ ବିକିଥିଲା ବାପା । ଏନେଇ ଶିଶୁଟିର ମା’ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପାଇବା ପରେ ତନାଘନା ଆରମ୍ଭ କରିଦେଇଥିଲା ପୋଲିସ । ଅଭିଯୁକ୍ତ ବାପା ତପନ ପଲ୍ଲାଇକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଜଗିଛି । ଶିଶୁପୁତ୍ରଟିକୁ ଚାଇଲ୍ଡଲାଇନରେ ହସ୍ତାନ୍ତର କରାଯାଇଛି । ୧୧ ମାସ ପରେ ଘଟଣା ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here