ବାତ୍ୟା ୟାସ୍ ଆସନ୍ତାକାଲି ଅବପାତ ରୂପ ନେବ । 24 ତାରିଖରେ ଅବପାତ କ୍ରମଶଃ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ 25 ତାରିଖ ବେଳକୁ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ଘଣ୍ଟାକୁ 40 ରୁ 50 କିଲୋମିଟର ବେଗରେ ପବନ ବହିବ । ତେବେ 26 ତାରିଖରେ ବାତ୍ୟା ୟାସ୍ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାକୁ 120 ରୁ 185 କିଲୋମିଟର ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ନଜରରେ ରଖି ବାତ୍ୟା ମୁକାବିଲା ପାଇଁ ପୁରା ସଜାଗ ହୋଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଯେପରି କୌଣସି ଜୀବନ ହାନୀ ନ ହୁଏ, ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୌଣସି ଜଣେ ଲୋକ କଚ୍ଚା ଘରେ ନ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଉପକୂଳ ଅଞ୍ଚଳରେ ବିପଦସଙ୍କୁଳ ସ୍ଥାନରେ ଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସମୟରେ ଭ୍ୟାସିନେସନ ଓ କରୋନା ଚିକିତ୍ସା ଯେପରି ପ୍ରଭାବିତ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ଗୁରୁତ୍ବ ଦିଆଯାଇଛି । କୋଭିଡ ହସପିଟାଲ ଓ ଟିକା କେନ୍ଦ୍ରରେ ନିରନ୍ତର ବିଦ୍ୟୁତ ସେବା ଯୋଗାଇଦେବାକୁ କୁହାଯାଇଛି । ସହରାଞ୍ଚଳରେ ଉଚ୍ଚ ସ୍ଥାନରେ ଥିବା ବିଜ୍ଞାପନ ହୋଡିଂ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନଡିଆରଏଫ ଟିମ୍ ମଧ୍ୟ ସଜାଗ ରହିଛନ୍ତି । ବାତ୍ୟା 26 ତାରିଖରେ କେଉଁଠି ଲ୍ୟାଣ୍ଡଫଲ କରିବ, ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ କେଉଁଠି ହିଟ୍ କରିବ ବୋଲି ଅନୁମାନ କରାଯାଇଛି । ତେବେ 24 ତାରିଖ ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ ବୋଲି ପାଣିପାଗ ବିଭାଗ କହିଛନ୍ତି ।

LEAVE A REPLY

Please enter your comment!
Please enter your name here