ଧାମରା ବାସୁଦେବପୁର ନିକଟରେ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଉପକୂଳକୁ ଯେତିକି ପାଖଉଛି ୟାସ୍ ସେତିକି ପବନର ବେଗ ବଢିବାରେ ଲାଗିଛି । ଦିନ ଗୋଟାଏ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଲ୍ୟାଣ୍ଡଫଲର 6 ଘଣ୍ଟା ପୂର୍ବ ଓ ପର ସମୟ ହେଉଛି ବାତ୍ୟାର ତାଣ୍ଡବ ରଚିବାର ସମୟ । ତେଣୁ ବାତ୍ୟାର ପ୍ରକୋପରେ ଏବେ ଧାମରା ଉପକୂଳରେ ଧ୍ବଂସର ତାଣ୍ଡବ ତ ଆରମ୍ଭ ହୋଇଯାଇଛି । ଏଥିସହିତ ଭଦ୍ରକ ବାଲେଶ୍ବର ମୟୁରଭଞ୍ଜ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଲ ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଛି । ଅନେକ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିବା ଯୋଗୁ ରାସ୍ତା ଅବରୋଧ ହୋଇଛି । ସମୁଦ୍ର ଜୁଆର ମାଡି ଆସିବା ଯୋଗୁ ଅନେକ ଗାଁ ଗଣ୍ଡାରେ ଲୁଣାପାଣି ମାଡିଯାଇଛି ।