ମଣ୍ଡି ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେପି । ଜୁଲାଇ ୧ ଓ ୨ରେ ସବୁ ମଣ୍ଡି ଆଗରେ ଧାରଣା ଦେବ ବିଜେପି । ଏହାସହ ସବୁ ଯୋଗାଣକାରୀଙ୍କ ଅଫିସ ଆଗରେ ମଧ୍ୟ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ସମୀର ମହାନ୍ତି । ପ୍ରେସମିଟରେ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି,ମଣ୍ଡିରେ ଧାନ ଗଜା ହୋଇଯାଉଛି । କିନ୍ତୁ ଚାଷୀର ଧାନ ଉଠୁନି । ରାତି ଅନିଦ୍ରା ହୋଇ ବର୍ଷାରେ ଚାଷୀ ମଣ୍ଡିରେ ପଡି ରହୁଛି । ମଣ୍ଡି ଅବ୍ୟବସ୍ଥା କେନ୍ଦ୍ରୀୟ କମିଟି ରିପୋର୍ଟ ଦେଇଛି । ମୋଦି ଓଡିଶାକୁ ଫୋକସ କରୁଥିବାବେଳେ ରାଜ୍ୟ ସରକାର ଚାଷୀଙ୍କୁ ଧୋକା ଦେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସମୀର ମହାନ୍ତି ।

LEAVE A REPLY

Please enter your comment!
Please enter your name here