ହତିଆର ନିର୍ମାତା କମ୍ପାନୀ କଲାସନିକୋଭଙ୍କୁ ଏକେ 47 ରାଇଫଲ ତିଆରି କରୁଥିବା କମ୍ପାନୀ ନାମରେ ଜଣାଯାଏ.ଏହାକୁ ବାଦ ଦେଲେ ଏହି କମ୍ପାନୀ ବର୍ତ୍ତମାନ କାର ଓ ବାଇକ ମଧ୍ୟ ଲଞ୍ଚ କରୁଛି.ଏବେ ଏହି କମ୍ପାନୀ ଏକ ବାଇକ ଲଞ୍ଚ କରିଛି ଯାହାର ନା ରହିଛି କଲାସନିକୋଭ ଏସଏମ-1. ଏହା ଏକ ଅଫ ରୋଡ ଇଲେକ୍ଟ୍ରିକ ମୋଟର ସାଇକେଲ ଯାହାକୁ ପ୍ରଥମେ ରୁସିଆନ ଆର୍ମି ସୋ ରେ ପ୍ରଦର୍ଶନ କରାଯାଇଥିଲା.ଏହି ବାଇକ କେବଳ ମିଲିଟାଲିରେ  ବ୍ୟବହାର ପାଇଁ ଥିଲା ବେଳେ ଲମ୍ବା ଯାତ୍ରା ପାଇଁ ଏଥିରେ ବିଫି ସସପେନସନ ଦିଆଯାଇଛି ତା ସହ ଅଫ ରୋଡ ପାଇଁ ନବ୍ ଟାୟାର ମଧ୍ୟ ଲଗାଯାଇଛି.ତେବେ ଏହି ବାଇକକୁ ସାଧାରଣ ଜନତା କିଣିପାରିବେ କି ନାହିଁ ସେ ସମ୍ବନ୍ଧରେ କିଛି ତଥ୍ୟ ଦିଆଯାଇନାହିଁ. ଏହି ବାଇକରେ ବ୍ରସଲେସ ଡିସି ମୋଟର ସହ ୱାଟର କୁଲିଂ ଓ ଲିଥିୟମ ଆୟନର ରିଚାର୍ଜବଲ ବ୍ୟାଟେରୀ ଖଞ୍ଜାଯାଇଛି ଏବଂ ଏହାର 150 କି.ମି ପର୍ଯ୍ୟନ୍ତ ଯିବାର କ୍ଷମତା ଅଛି.

LEAVE A REPLY

Please enter your comment!
Please enter your name here