କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର । କ୍ୟବିନେଟ ବୈଠକରେ ଦର ଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ପୂର୍ବରୁ ୭ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ଏବେ ଏହାକୁ ୨ ପ୍ରତିଶତ ବଢାଯାଇଛି । କେନ୍ଦ୍ର ସରକାରୀ କର୍ମଚାରୀମାନେ ୯ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାର ପରିସରରେ ରହି ଏହି ବ୍ୟବସ୍ଥା କରିଛନ୍ତି ସରକାର ।
ଜୁଲାଇ ପହିଲା ଠାରୁ ପିଛିଲା ଭାବେ ଏହି ଭତ୍ତା ମିଳିବ । ସାରା ଦେଶରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ରସରକାରୀ କର୍ମଚାରୀ ଏବଂ ୬୧ ଲକ୍ଷରୁ ଅଧିକ ପେନସନ ଭୋଗୀ ଏଥିରୁ ଲାଭ ପାଇବେ । ସପ୍ତମ ବେତନ ଆୟୋଗ ନିର୍ଦ୍ଧାରିତ କରିଥିବା ଫର୍ମୁଲାକୁ ହିସାବକୁ ନେଇ ମହଙ୍ଗା ଭତ୍ତାର ବୁଦ୍ଧି ଘଟିଥିବା କୁହାଯାଉଛି । ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here