ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଖେଳିଛି ବଡ ଚାଲ୍ । 27 ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ବିଜେଡି । ଆଜି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଅରୁଣ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେଡି ପଛୁଆବର୍ଗର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ନେଇଛି ଏବଂ ଏଥିପାଇଁ 27 ପ୍ରତିଶତ ପ୍ରାର୍ଥୀଙ୍କୁ ଓହ୍ଲାଇବାକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିବା ସଂପର୍କରେ ଦୁଇ ମନ୍ତ୍ରୀ ସୂଚାନ ଦେଇଛନ୍ତି । ନିର୍ବାଚନରେ ସଂରକ୍ଷଣ ପାଇଁ ଯଦିଓ ସରକାର କୌଣସି ଆଇନଗତ ନିଷ୍ପତ୍ତି ନେଇନାହାଁନ୍ତି, ତଥାପି ପଛୁଆବର୍ଗର ବିକାଶ ପାଇଁ ବିଜେଡି ଏହି ନିଷ୍ପତ୍ତି ନେଇଛି ଏବଂ ଅନ୍ୟ ରାଜନୈତିକ ଦଳମାନେ ଏଥିରୁ ଶିକ୍ଷାଲାଭ କରନ୍ତୁ ବୋଲି ସେମାନେ କହିଛନ୍ତି ।

ଅପରପକ୍ଷରେ ବିଜେଡିର ଏହି ନିଷ୍ପତ୍ତି କେବଳ ଲୋକଦେଖାଣିଆ ବୋଲି ବିଜେପି କହିଛି । ଯଦି ପଛୁଆବର୍ଗର ବିକାଶ ପାଇଁ ବିଜେଡିର ଆନ୍ତରିକତା ଅଛି, ତେବେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଲାଗୁ କରିବା ଆବଶ୍ୟକ ବୋଲି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here