ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ । ମାତ୍ର ୪୪ ବର୍ଷ ବୟସରେ ଆଖି ବୁଜିଛନ୍ତି ସଂଗ୍ରାମ । ପରଲୋକ ନେଇ ତାଙ୍କ ସାନ ଭାଇ ମନୋଜ ଜେନା ସୂଚନା ଦେଇଛନ୍ତି । କୋଭିଡରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେଲା ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଫୁସଫୁସ ସଙ୍କ୍ରମଣ ଯୋଗୁଁ ୮୪ ଦିନ ହେଲା ଇକମୋ ଚିକିତ୍ସା ଭିତରେ ରହିଥିଲେ । ଆଜି ସଂଧ୍ୟାରେ ସଂଗ୍ରାମଙ୍କ ମରଶରୀର ହାଇଦ୍ରାବାଦରୁ ଭୁବନେଶ୍ୱରକୁ ଅଣାଯିବ । ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନା । ଗତ ୨୦୧୪ ମସିହାରେ ଭଦ୍ରକରୁ ସାଂସଦ ପାଇଁ ନିର୍ବାଚନ ଲଢିଥିଲେ ସଂଗ୍ରାମ । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦବୀ ପାଇଁ ଲଢିଥିଲେ ସଂଗ୍ରାମ ।

LEAVE A REPLY

Please enter your comment!
Please enter your name here