କୋଭିଡ ଗାଇଡଲାଇନ୍ ଅନୁଯାୟୀ, ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧକ୍ଷ୍ୟତାରେ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମହାପ୍ରଭୁଙ୍କର ନୂଆ ବିମାନ , ନୂଆ ପାଲିଙ୍କି ତିଆରି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ର ଶେଖର, ମା’ ଭୁବନେଶ୍ୱରୀ, ପାର୍ବତୀଙ୍କ ପାଇଁ ତିନୋଟି ରୂପାର ପ୍ରଭା ତିଆରି କରିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ କୋଭିଡ ଗାଇଡଲାଇନ୍ ପାଳନ କରାଯାଇ ଭକ୍ତଙ୍କୁ ମନ୍ଦିରକୁ ପ୍ରବେଶ କରାଯିବ ବୋଲି ବୈଠକରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here