ପରୀକ୍ଷା ନ ଦେଇ ବିକଳ୍ପ ବ୍ୟବସ୍ଥାରେ ନମ୍ବର ପାଇବା ପରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଦେଇଥିବା ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । 15 ହଜାର 136 ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ 80.83 ପ୍ରତିଶତ ପାଶ୍ କରିଛନ୍ତି । ଏ 1 ରେ 42 ଜଣ, ଏ 2 ରେ 255 ଜଣ, ବି1ରେ 348, ବି 2 ରେ 458 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ ବିକଳ୍ପ ବ୍ୟବସ୍ଥାରେ ପାଇଥିବା ପରୀକ୍ଷା ନମ୍ବର ଠାରୁ ଅଧିକ ନମ୍ବର ପାଇଛନ୍ତି 271 ଜଣ ଛାତ୍ରଛାତ୍ରୀ । ଅଫଲାଇନ ପରୀକ୍ଷାରେ 141 ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ତେବେ ପରୀକ୍ଷା ଦେଇ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ଏବଂ ଫର୍ମ ଫିଲପ କରି ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀଙ୍କ ବିକଳ୍ପ ବ୍ୟବସ୍ଥାରେ ପାଇଥିବା ନମ୍ବରକୁ ବିଚାରକୁ ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here