ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ପୋଲିସ ଗୁଳିକରି ମାରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ବିଶ୍ୱାସ ହେଉନି । ଜଣେ ପାୱାରଫୁଲ ମନ୍ତ୍ରୀଙ୍କୁ ଏଏସଆଇ ଗୁଳି କରିବା ଗ୍ରହଣଯୋଗ୍ୟ ନୁହେଁ । ମୋତେ ବି ପିଏସଓ ମିଳିଛି, ଡର ଲାଗୁଛି ସେ ଗୋପାଳ ଦାସ ହେବନି ତ । ପୋଲିସ ଅସଲ କାରଣ ଖୋଜି ତଥ୍ୟ ସାମ୍ନାକୁ ଆଣିବା ଦରକାର । ବର୍ତ୍ତମାନ ଯାହା ପ୍ରକାଶ ପାଉଛି ସବୁ ଗସିପ୍‌, ଯିଏ ଯାହା ପାରିଲା କହିଲା । ପୋଲିସ ଯେତେଶୀଘ୍ର ସତ୍ୟ ବାହାର କରିବ , ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିବ । ଡିଜିପି କାଲି ପ୍ରେସମିଟ୍ କରି କହିଥିଲେ ସବୁ ଜଗନ୍ନାଥଙ୍କୁ ଜଣା । ଏହି ପ୍ରସଙ୍ଗରେ ସୌମ୍ୟ କହିଛନ୍ତି ଯେ, ଡିଜିିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଜାଣନ୍ତୁ , ଆମକୁ ଜଣାନ୍ତୁ ।

LEAVE A REPLY

Please enter your comment!
Please enter your name here