ମାନସ ଦାସ ଇସାରରେ କିଛି ଲୋକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିବା ପରେ ଏବେ ଗିରଫ ପାଇଁ ଦାବି ହେଉଛି । ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ୧୧ଟି ଆଦିବାସୀ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। କିଛି ଦିନ ହେଲା ମାନସଙ୍କ ନାଁରେ ଅମାନବୀୟ କାର୍ଯ୍ୟରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି । ମାନବବାଦ ସଙ୍ଗଠନ ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ଏକ ଜଙ୍ଗଲ ମଧ୍ୟରେ ରହୁଛନ୍ତି ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିର ୬ ପରିବାର । ମାନସ ପେସାରେ ଜଣେ ଆଇନଜୀବି ହୋଇଥିବାରୁ ଆଜି ଖୋର୍ଦ୍ଧା କୋର୍ଟ ପରିସରକୁ ଆସିଥିବା ଅଭିଯୋଗ ପ୍ରସଙ୍ଗରେ ତାର ପ୍ରତିକ୍ରୀୟା ନେବାକୁ ଯାଇଥିଲେ ଗଣମାଧ୍ୟମର ପ୍ରତିନିଧି । ମାନସ ଦାସ ପ୍ରତିକ୍ରୀୟା ଦେଇ କହିଛି ଯେ, ତାର ମାନବବାଦୀ ସଙ୍ଗଠନ ଓଡିଶା ବାହାରେ ଆସାମ ଯାଏଁ ମଧ୍ୟ ସକ୍ରୀୟ । ତେବେ ତା ବିରୋଧରେ ଆସିଥିବା ଅଭିଯୋଗର ସେ ଆଇନ ଅନୁଯାୟୀ ମୁକାବିଲା କରିବ ବୋଲି କହିଛି ।

LEAVE A REPLY

Please enter your comment!
Please enter your name here