ମରିବା ପୂର୍ବରୁ ସାପକୁ ଖଣ୍ଡ ଖଣ୍ଡ କଲେ ମହିଳା . ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ. ହେଲେ କଥାଟି ପୁରାପୁରି ସତ. ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଗେବରା ବସ୍ତୀର ଧରମପୁରରେ. ଦିଲକୁମ୍ବର ନାମ୍ନୀ ଜଣେ ମହିଳା ମଙ୍ଗଳବାର ରାତିରେ ଶୋଇଥିଲା ବେଳେ ତାଙ୍କୁ ଏକ ସାପ କାମୁଡିଥିଲା. ହେଲେ ସେ ଭାବିଥିଲେ କି ତାଙ୍କୁ ଏକ ପୋକ କାମୁଡିଥିବ. କିନ୍ତୁ କିଛି ସମୟ ପରେ ତାଙ୍କର ଏକ ସାପ ଉପରେ ନଜର ପଡିଲା ଓ ତାକୁ ଦେଖିବା ମାତ୍ରେ ସେ ତାକୁ ହାଣିବା ପାଇଁ ଲାଗିଲେ. ସେ ଭାବିଲେ ଯଦି ସେ ସାପଟିକୁ ମାରିଦେବେ ତାହାଲେ ବିଷ ତାଙ୍କ ଦେହରେ ଖେଳିବନି. ହେଲେ ପରିଣତି କିଛି ଓଲଟା ହେଲା. କିଛି ସମୟ ପରେ ସାରା ଦେହରେ ବିଷ ଚହଟି ଗଲା ଏବଂ ସେ ହସ୍ପିଟାଲ ଯିବା ପରିବର୍ତ୍ତେ ଗୁଣିଆ ପାଖକୁ ଝଡା ଫୁଙ୍କା ପାଇଁ ଗଲେ. ହେଲେ କିଛି ସୁଫଳ ମିଳିନଥିଲା. ପରେ ନିକଟସ୍ଥ ହସ୍ପିଟାଲ ଗଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ.