ୱାଶିଂଟନର ବୈଜ୍ଞାନିକମାନେ ପ୍ରଥମଥର ପାଇଁ କୃତ୍ରିମ ଆଖି ନମୁନାର 3ଡି ପ୍ରିଣ୍ଟ ବାହାର କରିବାରେ ସଫଳ ହୋଇଛନ୍ତି. ଯେଉଁଥିଲେ ଲାଇଟ ରେସିଶ୍ଟର ଲଗାଯାଇଛି. ତେବେ ଏହା ଭବିଷ୍ୟତରେ ଦୃଷ୍ଟିହୀନ ଲୋକଙ୍କ ପାଇଁ ବେଶ୍ ଲାଭଦାୟକ ହେବ ବୋଲି କୁହାଯାଇଛି. ଦୃଷ୍ଟିଶକ୍ତି ହରାଇଥିବା ଲୋକମାନେ ବାୟୋନିକ ଚକ୍ଷୁ ବ୍ୟବହାର କରି ଦେଖିପାରିବେ. କହିବାକୁ ଗଲେ ଇଲେକ୍ଟ୍ରୋନିକ୍ସ ର ପ୍ରିଣ୍ଟ ବାହାର କରିବା ବହୁତ କଷ୍ଟସାଧ୍ୟ ଥିଲା. ଯେଉଁଥିପାଇଁ ୟୁନିଭରସିଟି ଅଫ ମିନିସୋଟାର ବୈଜ୍ଞାନିକମାନେ କାଚର ଅର୍ଦ୍ଧଗୋଲାକାର ଖଣ୍ଡ ଉପରେ କୃତ୍ରିମ ଆଖିର 3ଡି ପ୍ରିଣ୍ଟିଂ ପ୍ରସ୍ତୁତ କରିଛନ୍ତି. ପ୍ରିଣ୍ଟ ବାହାର କରିବା ପାଇଁ 3ଡି ପ୍ରିଣ୍ଟରରେ ସିଲଭର କ୍ଷୁଦ୍ର କଣିକାର ସ୍ୟାହି ବ୍ୟବହାର କରାଯାଇଛି. ପ୍ରଫେସର ମାଇକେଲ ମ୍ୟାକ କଲ୍ପାଇନ କହିଛନ୍ତି, ବାୟୋନିକ ଆଖିକୁ ଏକ କଳ୍ପନା ମାତ୍ର ବୁଝାଯାଉଥିଲା. ହେଲେ ଆମେ ଏବେ ତାର ପୁରା ପାଖରେ ପହଞ୍ଚିଯାଇଛୁ. ଲାଇଟକୁ ଇଲେକ୍ଟ୍ରିସିଟିରେ ପରିଣତ କରିବା ପାଇଁ 3ଡି ପ୍ରିଣ୍ଟେଡ ସେମିକଣ୍ଡକ୍ଟରର 25 ପ୍ରତିଶତ କ୍ଷମତା ଥାଏ.

LEAVE A REPLY

Please enter your comment!
Please enter your name here