ସ୍କୁଲର ଶ୍ରେଣୀଗୃହ ଆଜି ଯେମିତି ଗୁମୁରି କାନ୍ଦୁଛି । ଶିକ୍ଷକ , ଶିକ୍ଷୟିତ୍ରୀ ସାଙ୍ଗ, ସାଥୀ ଆଜି ସମସ୍ତେ ରାଜାକୁ ମିଶ୍ କରୁଛନ୍ତି । ରାଜାର ଅମର ଆତ୍ମାର ସଦଗତି କାମନା କରି ସ୍କୁଲରେ ପାଳନ ହୋଇଛି ସ୍ମୃତିସଭା । ଆଜି ସମସ୍ତଙ୍କ ମନ ଯେମିତି ଝାଉଁଳି ପଡିଛି । କାହା ମୁହଁରେ ସରାଗ ନାହିଁ । ସବୁ ପିଲା ସ୍କୁଲ ଆସିଛନ୍ତି ସତ ହେଲେ ରାଜା ଆସିନି କି ଆଉ ଆସିବନି । ସମସ୍ତଙ୍କ ଆଖି ଆଗରେ ରାଜାର ସେହି ହସ ହସ ମୁହଁ ନାଚି ଯାଉଛି । ପ୍ରିୟର ସାଙ୍ଗ ଜ୍ୟୋତିପ୍ରକାଶ ବେହେରା ଓରଫ ରାଜା ଯେ ସେମାନଙ୍କ ଠାରୁ ଏତେ ଜଲଦି ଦୁରେଇ ଯିବ । ଏକଥାକୁ ସାଙ୍ଗମାନେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଗୁରୁଜୀ , ଗୁରୁମା ମଧ୍ୟ ମିୟମ୍ରାଣ । ରାଜା ଭୁବନେଶ୍ୱର ୟୁନିଟ୍‌-୮ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପାଠ ପଢୁଥିଲା । ଭଲ ମାର୍କ ବି ରଖୁଥିଲା । ସ୍ୱପ୍ନ ଥିଲା ବଡ ହେଲେ ଡାକ୍ତର ହୋଇ ସମସ୍ତଙ୍କ ମୁହଁରେ ହସ ଫୁଟାଇବ । ହେଲେ ସମସ୍ତଙ୍କ ଆଖି ଲୁହ ଦେଇ ଆରପାରିକୁ ଚାଲିଯାଇଛି ନିଷ୍ପାପ ପିଲାଟି । ମୁକୁଳା ଡ୍ରେନ୍ ସ୍ୱପ୍ନକୁ ମାରିଦେଲା । ମୃତ୍ୟୁକୁ ୩ ଦିନ ବିତିଲାଣି । ହେଲେ ଏହି ଦୁର୍ଘଟଣାକୁ ସହଜରେ କେହି ବିଶ୍ୱାସ କରିପାରୁନାହାଁନ୍ତି । ଆଜି ସ୍କୁଲରେ ରାଜାର ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ସାଙ୍ଗ, ଗୁରଜୀ, ଗୁରୁମା ।

LEAVE A REPLY

Please enter your comment!
Please enter your name here