ଆଜି ରାତି ୯ଟାରୁ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପକ୍ରୀୟା ଆରମ୍ଭ ହେବ । ଏହାର ପ୍ରଭାବରେ ୭୫ରୁ ୮୫ କିଲୋମିଟର ବେଗରେ ପବନ ବହିବ । ଝଟକା ପବନର ବେଗ ୯୫ କିଲୋମିଟର ହୋଇପାରେ । ସମୁଦ୍ର ମଧ୍ୟରେ ପବନର ବେଗ ୭୦ରୁ ୭୫ ରହିଛି । ଆଜି ୭ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଗୋଟିଏ ଦୁଇଟି ସ୍ଥାନରେ ୨୦ ମିଲିମିଟର ବର୍ଷା ହୋଇଛି । ଆଭ୍ୟନ୍ତରୀଣ ଓଡିଶାରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ । ଗଞ୍ଜାମ, ଗଜପତିରେ ୭୫ରୁ ୮୫ କିଲୋମିଟର ପବନ ରହିବ । ୪ ଉପକୂଳବର୍ତ୍ତୀ ଜିଲ୍ଲାରେ ୪୦ରୁ ୫୦ ଏବଂ ଝଟକା ପବନ ୬୦ କିଲୋମିଟର ରହିବ । ଦୁଇରୁ ତିନିଘଣ୍ଟା ଲ୍ୟାଣ୍ଡଫଲ ପ୍ରକ୍ରୀୟା ଜାରି ରହିବ । ଲ୍ୟାଣ୍ଡଫଲର ପ୍ରଭାବ ୬ ଘଣ୍ଟା ଯାଏଁ ରହିବ । ଭୁବନେଶ୍ୱରରେ ଆଜି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇପାରେ । ଭୁବନେଶ୍ୱରରେ ପବନର ବେଗ ୪୫ରୁ ୫୦ କିଲୋମିଟର ରହିବ । ଲ୍ୟାଣ୍ଡଫଲ ବେଳେ ଗଞ୍ଜାମ, ଗଜପତି ଅଧିକ ପ୍ରଭାବିତ ହେବ । ବାତ୍ୟା ଗୁଲାବକୁ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here