ଭୁବନେଶ୍ୱର: ପଳାଶୁଣୀରୁ ରସୁଲଗଡ଼, ଜାତୀୟ ରାଜପଥ-୧୬ ମଧ୍ୟରେ ଏକ ସ୍କାଏୱାକ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ ୧୮.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କାର୍ଯ୍ୟକାରୀ କରୁଛି। ପ୍ରାୟ ୧୮.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କାର୍ଯ୍ୟକାରୀ କରୁଛି। ସ୍କାଏୱାକ୍ ସହିତ ଏହି ପ୍ରକଳ୍ପ ଅଧୀନରେ ରସୁଲଗଡ଼ ଓ ପଳାଶୁଣୀ କେନାଲ ନିକଟରେ ୩ଟି ନୂଆ ଫୁଟ୍ ଓଭରବ୍ରିଜ୍ ଏବଂ ୬ଟି ଲିଫ୍ଟ ମଧ୍ୟ ନିର୍ମାଣ ହେବ। ବୃଦ୍ଧ, ଦିବ୍ୟାଙ୍ଗ ଓ ଶିଶୁଙ୍କ ସହ ଯାତ୍ରା କରୁଥିବା ଲୋକମାନେ ଏଥିରୁ ବିଶେଷ ଉପକୃତ ହେବେ।









