ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ଅକ୍ଟୋବର ମାସର ଗାଇଡଲାଇନ୍ । ପାର୍ବଣ ପାଇଁ ବଢିଛି କୋଭିଡ କଟକଣା । ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଅବଧି ବଢାଯାଇଛି । ଏହି ଦୁଇ ସହରରେ ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟର ଅନ୍ୟ ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏଁ ଜାରି ରହିବ । ନୂଆ ଗାଇଡ୍ ଲାଇନ୍ ଆଜିଠାରୁ ନଭେମ୍ବର ୧ ତାରିଖ ଯାଏଁ ଲାଗୁ ହେବ । ଅକ୍ଟୋବର ଗାଇଡଲାଇନ୍ରେ ବାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ପାର୍ବଣ ଋତୁରେ ବାଣ ବିକ୍ରୀ ଏବଂ ଫୁଟାଇବାକୁ ବାରଣ କରାଯାଇଛି । କରୋନା ସଙ୍କ୍ରମଣ ରୋକିବା ପାଇଁ ବାଣ ବିକ୍ରୀ ଏବଂ ଏହା ଫୁଟାଇବା ପାଇଁ ସମ୍ପୂର୍ଣ୍ଣ ମନା କରିଛନ୍ତି ସରକାର । ଏହାସହିତ ପୂଚା ପର୍ବାଣୀରେ ବାହାରେ ଏକାଠି ନହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଏସଆରସି । ସେପ୍ଟେମ୍ବରରେ ଅନ୍ୟ ଯାହା କଟକଣା ଥିଲା ଅକ୍ଟୋବରରେ ବଳବତ୍ତର ରହିବ । ପାର୍ବଣ ଋତୁ ପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ଏସଆରସି ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି ।