xଚଳିତ ବର୍ଷ ଦେଶରେ 1 ଡିସେମ୍ବରରୁ କାର୍ ଓ ବାଇକ କିଣିବା ମହଙ୍ଗା ହେବ. ବାଇକ ଓ ସ୍କୁଟର ପାଇଁ 5 ବର୍ଷ ଏବଂ କାର ପାଇଁ 3 ବର୍ଷ ଇନସ୍ୟୁରାନସ ନେବା ବାଧ୍ୟତାମୁଳକ ହେବ ଓ ଲଙ୍ଗ ଟର୍ମ ପେମେଣ୍ଟ କାରଣରୁ ନୁଆ ଗାଡିର ମୂଲ୍ୟ ମଧ୍ୟ ବଢିଯିବ. ଯେତେବେଳେ ଗୋଟିଏ ପଟେ ଲଙ୍ଗ ଟର୍ମ ପ୍ରିମିୟମ ଇନସ୍ୟୁରାନସ ଅଧିକ ଦେବାକୁ ପଡିବ ସେତେବେଳେ ଅନ୍ୟ ପଟେ ପ୍ରତି ବର୍ଷ ଏହାକୁ ରିନ୍ୟୁ କରିବାର ଝାମେଲା ମଧ୍ୟ ନଥିବ. 1 ଡିସେମ୍ବର 2018ରୁ 1000 ସିସିରୁ କମ ଇଂଜିନ ଥିବା ଗାଡି ବାଲାଙ୍କୁ 5,286 ଟଙ୍କା, 1000 ସିସିରୁ ଅଧିକ ଓ 1500 ସିସିରୁ କମ ଇଂଜିନ ଥିବା ଗାଡି ବାଲାଙ୍କୁ 9,534 ଟଙ୍କା ଦେବାକୁ ହେବ ଏବଂ 1500 ସିସିରୁ ଅଧିକ ଇଂଜିନ ଥିବା ଗାଡି ବାଲାଙ୍କୁ 24,035 ଟଙ୍କା ଦେବାକୁ ପଡିବ. ଯଦି ଦୁଇ ଚକିଆ ଗାଡି କଥା କୁହାଯାଏ ତା ହେଲେ 75ସିସି ଗାଡି ଉପରେ 1045 ଟଙ୍କା, 75 ସିସିରୁ 150ସିସି ମଧ୍ୟରେ 3285 ଟଙ୍କା, 150 ସିସିରୁ 350 ସିସି ଗାଡି ଉପରେ 5453 ଟଙ୍କା ଓ 350 ସିସିରୁ ଅଧିକ କ୍ଷମତା ଥିବା ଦୁଇ ଚକିଆ ଉପରେ 13,034 ଟଙ୍କା ଦେବାକୁ ପଡିବ.

 

LEAVE A REPLY

Please enter your comment!
Please enter your name here