ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଏଲଆଇସି ଏଜେଣ୍ଟ ଚଳୂ କରିଦେଇଥିଲେ କୋଟିଏ ୮୧ ଲକ୍ଷ ଟଙ୍କା । ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଜୀବନ ବୀମା କରି ଟଙ୍କା ଠକି ନେବାପରେ ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା କଣାସ ଅଞ୍ଚଳର ଜଣେ ଏଲଆଇସି ଏଜେଣ୍ଟ । ସମ୍ପୃକ୍ତ ଏଜେଣ୍ଟଙ୍କ ବିରୋଧରେ ଖୋର୍ଦ୍ଧା ଏଲଆଇସି ଶାଖା ପକ୍ଷରୁ ଏତଲା ପରେ ତାଙ୍କୁ ଗିରଫ କରିଛି ଇଓଡବ୍ଲ୍ୟ ଭୁବନେଶ୍ୱର ଶାଖା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସେ ୨୦୦୩ରୁ ଏଲଆଇସିର ଏଜେଣ୍ଟ ଭାବରେ କାମ କରୁଥିଲେ । ୨୦୧୩ରୁ ୨୦୧୯ ମଧ୍ୟରେ ସେ ଜାଲିଆତି କରି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସେମାନଙ୍କର ବୀମା ରାଶି ପ୍ରଦାନ କରିବା ସହ ମ୍ୟାଚୁରିଟୀ ସମୟରେ ତାକୁ ହଡପ କରି ନେଉଥିଲେ ।
ପଲିସି ଗୁଡିକୁ ୨ରୁ ୫ ବର୍ଷ ଯାଏଁ ସଚଳ ରଖି ପ୍ରିମିୟମ କରୁଥିଲେ କବିରାଜ । ଏବଂ ଏଥିପାଇଁ ସେ ଜାଲ ମୃତ୍ୟୁ ପ୍ରମାଣପତ୍ର ବ୍ୟବହାର କରୁଥିଲେ । ଗିରଫ ବ୍ୟକ୍ତିଙ୍କ ଘରେ ଇଓଡବ୍ଲ୍ୟୁ ରେଡ୍ କରିବା ବେଳେ ଭୋଟର କାର୍ଡ, ଆଧାର କାର୍ଡ , ଏଟିଏମ କାର୍ଡ, ବ୍ୟାଙ୍କ ପାସବୁକ୍ , ଚେକବୁକ୍ ଏବଂ ଏଲଆଇସିର କିଛି କାଗଜପତ୍ର ଜବତ କରିଛି । ତେବେ ଏହି ମାମଲାରେ ଏସଆଇସି ଅଧିକାରୀ ସଂପୃକ୍ତ ଅଛନ୍ତି କି ନାହିଁ, ଜଣାପଡିନି । ଏଲଆଇସି କର୍ମଚାରୀଙ୍କ ସଂପୃକ୍ତି ନେଇ ତଦନ୍ତ କରାଯିବ ବୋଲି ଇଓଡବ୍ଲୁ କହିଛି ।

LEAVE A REPLY

Please enter your comment!
Please enter your name here