ଶନିବାର ମନୀଷ ବାହାଘର ଡ୍ରେସ୍ କିଣିବା ପାଇଁ ବଜାରକୁ ଯାଇଥିଲେ । ସଂଧ୍ୟା ସୁଦ୍ଧା ଘରକୁ ଫେରିଆସିବା କଥା । କିନ୍ତୁ ଘରକୁ ଫେରିନଥିଲେ ମନୀଷ । ରାତି ୧୧ଟାରେ ଘରକୁ ଫୋନ କରି କହିଥିଲେ , ସେ ଫେରିବାରେ ବିଳମ୍ବ ହେବ । କିଛି ସମୟ ପରେ ମାଙ୍କୁ ଫୋନ କରି ତାଙ୍କୁ ଅପହରଣ କରାଯାଇଥିବା ନେଇ ସେ କହିଥିଲେ । ଟଙ୍କା ଦାବୀ କରି ଅପହରଣକାରୀ ମାରପିଟ୍ କରୁଛନ୍ତି ବୋଲି କହିଥିଲେ ମନୀଷ । ପରିବାର ପକ୍ଷରୁ ଏ ସମ୍ପର୍କରେ ଇନଫୋସିଟି ଥାନାକୁ ଜଣାଇଦିଆଯାଇଥିଲା । ପୋଲିସ ମୋବାଇଲ ନମ୍ବର ଟ୍ରାକ୍ କରିଥିଲା । ତମାଣ୍ଡୋ ଅଞ୍ଚଳରେ ତାହା ସକ୍ରୀୟ ଥିବା ଜଣାପଡିଥିଲା । ମନୀଷଙ୍କ ମା’ ଅନଲାଇନରେ କିଛି ଟଙ୍କା ବି ପଠାଇଥିଲେ । ୪ଟା ପରେ ଶେଷ ଥର ପାଇଁ ଘର ଲୋକଙ୍କ ସହ କଥା ହୋଇଥିଲେ ମନୀଷ । କିଛି ସମୟ ପରେ ଫୋନ ବନ୍ଦ ହୋଇଯାଇଥିଲା । ତେବେ ଏବେ ପ୍ରଶ୍ନ ଉଠୁଛି ମୃତ୍ୟୁ କେମିତି ହେଲା ? ପାତ୍ରପଡା ପୋଖରୀକୁ କେମିତି ଆସିଲେ ମନୀଷ ? ମୃତ୍ୟକୁ ଦିନେ ବିତିଥିଲେ ବି ଏ ସମ୍ପର୍କରେ ଟେର ପାଇନି ପୋଲିସ ।

LEAVE A REPLY

Please enter your comment!
Please enter your name here