ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟୁନି ପରଦା । କେମିତି ହେଲା ମୃତ୍ୟୁ? ପାଣିରେ ବୁଡିକି ମୃତ୍ୟୁ ହୋଇଛି ନା ହତ୍ୟା କରାଯାଇ ପାଣିରେ ପକାଯାଇଛି । ସେନେଇ ତଦନ୍ତ କରୁଛି ପୋଲିସ । ଏହା ଭିତରେ ବରିଷ୍ଠ ସାମ୍ବାଦିକ ନବୀନ ଦାସ କହିଛନ୍ତି ଯେ, ପୁଅକୁ ହତ୍ୟା କରାଯାଇଛି । ଭୋଜି କରିବାକୁ ଡାକି ସାଙ୍ଗମାନେ ପୁଅକୁ ହତ୍ୟା କରିଛନ୍ତି । ନିର୍ଭୟ ଗୁମରକଥା ଜରିଆରେ ଭିଡିଓ ରିଲିଜ୍ କରି ମନକଥା ଜଣାଇଛନ୍ତି ନବୀନ ଦାସ । ପୋଲିସ ଉପରେ ମୋର ଯଥେଷ୍ଟ ଭରସା । ହତ୍ୟାକାରୀ ନିଶ୍ଚିତ ଧରାପଡିବ ବୋଲି ସେ ଆଶା ରଖିଛନ୍ତି । ରବିବାର ଭୋର ୪ଟା ୧୧ରେ ତାର ଶେଷ ଫୋନ ପାଇଥିଲି ।
ଅନ୍ୟପଟେ ସାଉଥ୍ ସିଟିକୁ ସିଲ୍ କରିଛି ପୋଲିସ । ମୃତ୍ୟୁ ପୂର୍ବରୁ ଏହି ହୋଟେଲକୁ ଆସିଥିଲେ ମନୀଷ । ବିଳମ୍ବିତ ରାତି ଯାଏଁ ହୋଟେଲରେ ଥିଲେ ମନୀଷ ।

LEAVE A REPLY

Please enter your comment!
Please enter your name here