ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । ଗତ ବାରଦିନ ହେଲାଣି ମମିତା ମେହେର ନିଖୋଜ ଥିବା ବେଳେ ପୋଲିସ ବ୍ୟାରେକରୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଖସିଯିବା ପଛରେ ମନ୍ତ୍ରୀଙ୍କ ଚାପ ରହିଛି ବୋଲି ବିଜେପି ଅଭିଯୋଗ କରିଛି । ଗୋବିନ୍ଦ ସାହୁ ଉକ୍ତ ସ୍କୁଲ ପରିଚାଳନା କମିଟି ସଭାପତି ଥିଲା । ଏବଂ ବିଭିନ୍ନ ସମୟରେ ସ୍କୁଲ ଛାତ୍ରୀଙ୍କୁ ନେଇ ଅସାମାଜିକ କାର୍ଯ୍ୟରେ ଲିପ୍ତ କରାଉଥିବା ନେଇ ଅଭିଯୋଗ ହେଉଛି । ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଗୋବିନ୍ଦ ସାହୁର କାର୍ଯ୍ୟକୁ ବିରୋଧ କରୁଥିବାରୁ ତାକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଯେଉଁଦିନ ସେ ନିଖୋଜ ହେଲା, ସେହିଦିନ ଗୋବିନ୍ଦ ସାହୁ ତାକୁ ସ୍କୁଲ କାର୍ଯ୍ୟରେ ଡକାଇଥିଲା ଏବଂ ମମିତା ଘରୁ ଆସିବା ପରେ ଆଉ ଫେରି ନ ଥିଲା । ଯେହେତୁ ଗୋବିନ୍ଦ ସାହୁର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ଶାସକ ଦଳର ନେତାମାନଙ୍କ ସହ ସଂପର୍କ ଅଛି, ତେଣୁ ପୋଲିସ ଜାଣିଶୁଣି ଗୋବିନ୍ଦକୁ ଖସାଇ ଦେଇଥିବା କୁହାଯାଉଛି । ଆଜି ଷ୍ଟାଡିଅମ ପରିସରରୁ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମମିତାଙ୍କ ନିଖୋଜ ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବାରୁ ଦଳ ପକ୍ଷରୁ ତାଙ୍କ ଇସ୍ତଫା ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here