ଅକ୍ଟୋବର-ନଭେମ୍ବର ମାସର ପୂଜା ପାର୍ବଣ ନେଇ ଆସିଲା ଗାଇଡଲାଇନ୍ । ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ୍ । ବିଏମସି ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ପୂଜା ଗାଉଡଲାଇନ୍ । ଏଣିକି ମଣ୍ଡପରେ ପୂଜା ପାଇଁ ବିଏମସିଠୁ ଅନୁମତି ନେବାକୁ ପଡିବ । ପୂଜାମଣ୍ଡପର ତିନିପଟ ବନ୍ଦ ରହିବ ଏବଂ ସାମନା ପଟରେ କପଡା ଦ୍ବାରା ଆବରଣ କରାଯିବ । ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଇଛି ବିଏମସି । ମଣ୍ଡପଗୁଡିକରେ ଯେପରି କୋଭିଡ କଟକଣା ପାଳନ କରାଯାଏ, ତାହା ଉପରେ ନଜର ଦେବେ ମଣ୍ଡପ କମିଟି ।

ସେହିପରି ପୂଜାମଣ୍ଡପ ଭିତରେ ସର୍ବାଧିକ ସାତଜଣ ଲୋକ ରହିପାରିବେ । ବିସର୍ଜନ ବେଳେ ଦଶ ଜଣରୁ ଅଧିକ ଲୋକ ଯିବା ନିଷେଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here