18ତମ ଏସିଆଡ୍ ଗେମ୍ସର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଟିମ୍ ଶୁକ୍ରବାର ସ୍ୱର୍ଣ୍ଣ ହାତେଇବା ଆଶାରେ ମଇଦାନକୁ ଓହ୍ଲାଇବେ । ଦୀର୍ଘ 36 ବର୍ଷ ପରେ ଏସିଆଡ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ମହିଳା ହକି ଟିମ୍ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ବିଜୟ ହାସଲ ଲକ୍ଷ୍ୟରେ ଜାପାନ ସହ ମୁହାଁମୁହିଁ ହେବ ଭାରତ ।

ଯଦି ଭାରତୀୟ ଟିମ୍ ନିଜ ଲକ୍ଷ୍ୟ ପୂରଣ କରୁଛି ତେବେ ତାକୁ ଲଗାତାର ଦୁଇ ଥର ଅଲମ୍ପିକରେ ଖେଳିବାର ସମ୍ମାନ ମିଳିବ । 1982ରେ ଦିଲ୍ଲୀରେ ଅନୁଷ୍ଠିତ ନବମ ଏସିଆଡ୍ ଗେମ୍ସରେ ପ୍ରଥମ ଥର ସ୍ୱର୍ଣ୍ଣ ହାସଲ କରିଥିଲା ଭାରତ ।

ଏବେ ଦ୍ୱିତୀୟ ଥର ପାଇଁ ମହିଳା ଦଳ ସ୍ୱର୍ଣ୍ଣର ସ୍ୱପ୍ନ ନେଇ ମଇଦାନକୁ ଯିବେ । ବୁଧବାର ଚୀନ ବିପକ୍ଷରେ ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ 1-0 ରେ ବିଜୟ ହାସଲ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା ।

ଆଗକୁ 2020 ଟୋକିଓ ଅଲମ୍ପିକ କ୍ୟାଲିଫିକେସନ ଉପରେ ରହିଛି ନଜର ।

 

 

 

 

 

 

LEAVE A REPLY

Please enter your comment!
Please enter your name here