ଭାରତରେ ରହିବେ । ଭାରତୀୟ କଲେଜରେ ପାଠ ପଢିବେ । କିନ୍ତୁ ପାକିସ୍ତାନର ଜିନ୍ଦାବାଦ କରିବେ । ଏହାର ପରିଣାମ କଣ ହେବ ?

ଟି ଟୋଣ୍ଟି ବିଶ୍ବକପ୍ ଭାରତ-ପାକିସ୍ତାନ ମ୍ୟାଚରେ ପାକିସ୍ତାନର ବିଜୟ ଲାଭ କରିଥିଲା । ଆଉ ଭାରତର ପରାଜୟ ଏବଂ ପାକିସ୍ତାନର ବିଜୟକୁ ବଡ ଧୂମଧାମରେ ସେଲିବ୍ରେଟ କରୁଥିଲେ ଉତ୍ତରପ୍ରଦେଶର ଆଗ୍ରାରେ ତିନିଜଣ ଛାତ୍ର । ରାଜା ବଲଓ୍ବନ୍ତ ସିଂ କଂଲେଜରେ ଇଂଜିନିୟରିଂ ପଢୁଥିବା ଏହି ତିନିଜଣ ଛାତ୍ର ହେଲେ କାଶ୍ମୀରର ଅର୍ସିଦ ୟୁସୁଫ, ଆଲତାଫ ସେକ୍ ଏବଂ ସୌକତ୍ ଅହମ୍ମଦ । ପାକିସ୍ତାନର ଜିନ୍ଦାବାଦ କରୁଥିବା ଏହି ତିନିଜଣ ଛାତ୍ରଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସରୁ ଟ୍ବିଟ୍ କରାଯାଇ କୁହାଯାଇଛି ଯେ, ଏହି ଛାତ୍ରମାନେ ଧର୍ମ ନାଁରେ ବିଦ୍ବେଷ ସୃଷ୍ଟି କରିବା ଓ ସାଇବର ଆତଙ୍କବାଦ କରୁଥିଲେ । କଲେଜ ପକ୍ଷରୁ ତିନିଜଣ ଛାତ୍ରଙ୍କୁ ବହିଷ୍କାର କରାଯାଇଛି ।

ଅନ୍ୟପକ୍ଷରେ ତିନିଜଣ କାଶ୍ମୀର ଛାତ୍ରଙ୍କ ବିରୋଧରେ ଏଭଳି ଅଭିଯୋଗକୁ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସମାଲୋଚନା କରିଛନ୍ତି । ତୁରନ୍ତ ଗିରଫ ଛାତ୍ରଙ୍କୁ ଖଲାସ କରିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here