ଫେସବୁକ କମ୍ପାନୀର ନାଁ ବଦଳିଲା । ଏଣିକି ଫେସବୁକ୍ କମ୍ପାନୀର ନାଁ ମେଟା ରହିବ । ଏନେଇ ସିଇଓ ତଥା ପ୍ରତିଷ୍ଠାତା ମାର୍କ ଜୁଗରବର୍ଗ ଘୋଷଣା କରିଛନ୍ତି । କମ୍ପାନୀର ନାଁ ବଦଳୁଥିଲେ ମଧ୍ୟ ଫେସବୁକର ସୋସିଆଲ ମିଡିଆ ଗୁଡିକର ନାଁ ଅପରିବର୍ତ୍ତିତ ରହିବ । ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟସଆପର ନାଁ ବଦଳିବନି । ସାରା ବିଶ୍ୱର ଲୋକଙ୍କୁ ଏକତ୍ରୀତ କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁଗରର୍ଗ କହିଛନ୍ତି । ଆପ୍ଲିକେସନ ମାଧ୍ୟମରେ ଫେସବୁକ କମ୍ପାନୀକୁ ଲୋକମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ଫେସବୁକର ନାଁ ବଦଳାଯାଇଛି ବୋଲି ଫେସବୁକ ମୁଖ୍ୟ ଜୁକରବର୍ଗ ଘୋଷଣା କରିଛନ୍ତି । ଚର୍ଚ୍ଚା ହେଉଛି ଯେ, ଫେସବୁକ ବ୍ରାଣ୍ଡର ପ୍ରଚାର ପ୍ରସାର କରିବାକୁ ଏଭଳି ପ୍ରୟାସ କରାଯାଇଛି ।