ବିଜେଡିରେ ଯୋଗ ଦେଇଛନ୍ତି ବରି ବିଜେପି ନେତା ବିଶ୍ୱ ରଞ୍ଜନ ମଲ୍ଲିକ । କିଛି ଦିନ ପୂର୍ବରୁ ସେ ବିଜେପି ଛାଡିଥିଲେ। ୨୦୧୯ରେ ବିଜେପିର ବରୀ ବିଧାୟକ ପ୍ରାର୍ଥୀ ଥିଲେ ବିଶ୍ବ ମଲ୍ଲିକ। ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ବିଶ୍ୱରଞ୍ଜନଙ୍କ ସହ ଆଉ ୩ ନେତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେପି ଛାଡିବାର ୩ଟି କାରଣ ଥିବା ସେ କହିଛନ୍ତି । କେନ୍ଦ୍ରରେ ସରକାର ସତ୍ତ୍ବେ ବରୀର ବିକାଶ କଲାନି ବିଜେପି । ୨୦୧୯ରେ ଦଳରେ ଗୋଷ୍ଠୀବାଦ ହେଲା । ବରୀରେ ମୁସଲମାନ ସମ୍ପ୍ରଦାୟ ଭୋଟ୍ ଦେଲେନି । ଏଥିପାଇଁ ବିଜେପି ଛାଡିଥିବା ସେ କହିଛନ୍ତି । ସେପଟେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝି ଆସନ୍ତା ୬ ତାରିଖରେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି

LEAVE A REPLY

Please enter your comment!
Please enter your name here