ମୁହଁରେ ଦାଢି ଓ ହାତରେ ବାଡି ଧରି, ଦେହରେ ଗେରୁଆ ରଙ୍ଗର କୁର୍ତ୍ତା ପିନ୍ଧି ରାଜନୀତିରେ ଚକମା ଦେଖାଇ ଆସିଥିବା ବାବା ପ୍ରସନ୍ନ ପାଟ୍ଟଶାଣୀ ଏବେ ପୁଣି ଚକମା ଦେଖାଇବାକୁ ଯାଉଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକଟ ନ ଦେଇ ଅବସରପ୍ରାପ୍ତ ଆଇପିଏସ ଅରୂପ ପଟ୍ଟନାୟକଙ୍କ ଉପରେ ଭରଷା କରିଥିଲା । କିନ୍ତୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଠାରୁ ଅରୂପ ହାରି ଯାଇଥିଲେ । ତେବେ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ସେତେବେଳେ ଆଶ୍ବାସନା ଦେଇଥିଲେ ହେଁ ନିର୍ବାଚନ ପରଠାରୁ ଦଳ ଭିତରେ ଏହି ବରିଷ୍ଠ ନେତାଙ୍କୁ କୋଣଠେସା କରିଦିଆଯାଇଛି । ଏପରିକି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଡକାଯାଉନାହିଁ କି କେହି ପଚାରୁନାହାଁନ୍ତି । ନବୀନଙ୍କ କଥା ଉପରେ ଭରଷା ରଖି ତିନିବର୍ଷ ଚୁପ୍ ରହିବା ପରେ ଏବେ ବାବା ଖେଳ କରିବାକୁ ଯାଉଛନ୍ତି । ପଦ୍ମ ପୋଖରୀରେ ପଶିବା ପାଇଁ ବାବା ଫାଇନାଲ୍ କରିଛନ୍ତି । ସବୁକଥା ସରିଛି । ବାବା ତାଙ୍କ ସମର୍ଥକଙ୍କ ସହ ବିଜେପିରେ ମିଶିବେ ଏବଂ ବାବାଙ୍କୁ ସମ୍ମାନଜନକ ପଦବୀରେ ଦଳ ଥଇଥାନ କରିବ ।

ଚର୍ଚ୍ଚା ହେଉଛି, ବିଜେଡିର ଏହି ବରିଷ୍ଠ ନେତାଙ୍କୁ ରାଜ୍ୟପାଳ କରିବା ପାଇଁ ଯୋଜନା ଚାଲିଛି । ତେବେ ଆନୁଷ୍ଠାନିକ ମିଶ୍ରଣ ପରେ ବାବା ତାଙ୍କ ଚକମା ଦେଖାଇବେ ।

LEAVE A REPLY

Please enter your comment!
Please enter your name here