ସ୍ୱାଧୀନତାକୁ ଭିକ୍ଷା ବୋଲି କହିବା ପରେ କଙ୍ଗନାଙ୍କ ଠାରୁ ପଦ୍ମ ପୁରସ୍କାର ଫେରାଇ ନେବାକୁ ଦେଶବ୍ୟାପୀ ଦାବି ଜୋର ଧରିଛି । ସବୁବେଳେ ବିବାଦରେ ରହୁଥିବା କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ ଏଥର ଭାରୀ ପଡିଛି । ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା କଙ୍ଗନା ଦେଶର ସ୍ୱାଧୀନତାକୁ ଭିକ୍ଷା ବୋଲି କହି ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନ କରିଛନ୍ତି । ଯାହା ପରେ କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଫେରାଇ ନେବାକୁ ଦାବି ହୋଇଛି । ରାଷ୍ଟ୍ରପତିଙ୍କୁ ଏନେଇ ନିବେଦନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା । ଟୁଇଟରରେ ହ୍ୟାସ ଟ୍ୟାଗ ପଦ୍ମଶ୍ରୀ ୱାପସ କରୋ କଙ୍ଗନା ଟ୍ରେଣ୍ଡ କରୁଛି । କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ, ରାଣୀ ଲକ୍ଷ୍ମୀବାଇ , ସୁବାଷ ଚନ୍ଦ୍ର ବୋଷ ଜାଣିଥିଲେ ସଂଘର୍ଷ ହେଲେ ରକ୍ତ ବୋହିବ , ସେମାନେ ଦେଶକୁ ସ୍ୱାଧୀନତା ଦେଇଥିଲେ ହେଲେ ଏହା ସ୍ୱାଧୀନତା ନଥିଲା , ଏହା ଭିକ୍ଷା ଥିଲା । ଅସଲ ସ୍ୱାଧୀନତା ୨୦୧୪ ମସିହାରେ ମିଳିଥିଲା ବୋଲି ଏକ ଜାତୀୟ ଗଣମାଧ୍ୟମରେ କଙ୍ଗନା ଏହା କହିଥିଲେ ।

LEAVE A REPLY

Please enter your comment!
Please enter your name here